ରାଜ୍ୟର ସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିସ ଶିକ୍ଷା । ୩୦ ଜିଲ୍ଲାର ୧୦୧ ସ୍କୁଲରେ ହେବ ଉତ୍କର୍ଷ କେନ୍ଦ୍ର । ଏଭଳି ନର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହି ସବୁ ୧୦୧ ସ୍କୁଲରେ ଇଂଲିସ ମିଡିୟମ ସେକ୍ସନ ଖୋଲିବା ନେଇ ଘୋଷଣାନାମାରେ ଉଲ୍ଲେଖ ରହିଛି । ଏତିପାଇଁ ଆବଶ୍ୟକ ଭିତ୍ତଭୂମି ପୁରଣ କରିବାକୁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଏଥିସହ ରାଜ୍ୟର ସମସ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣରୁ ସ୍ପୋକେନ ଇଂଲିସ ଶିକ୍ଷା ଦିଆଯିବ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସରକାରୀ ବିଦ୍ୟାଳୟରେ ବି ଛାତ୍ରଛାତ୍ରୀଙ୍କୁ ଘରୋଇ ବିଦ୍ୟାଳୟ ଭଳି ଶିକ୍ଷା ମିଳିବ । ସେହିପରି ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇଦିଆଯିବ ।

LEAVE A REPLY

Please enter your comment!
Please enter your name here