ଜମିବାରେ ଲାଗିଛି କାକଟପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର  ା ଏଥରକ ନିର୍ବାଚନରେ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଟିକଟ ବଣ୍ଟାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଏଠାରେ ବିଜେଡିରୁ ପ୍ରଥମେ ୨୦୧୪ ରେ ଜିତିଥିବା ବିଧାୟକ ସୁରେନ୍ଦ୍ର ସେଠିଙ୍କୁ ଦଳ ଟିକେଟ ଦେଇଥିଲା । କିନ୍ତୁ ବିଜେପିରୁ ଟିକେଟ ପାଇବା ପରେ ଦଳ ଛାଡି ବିଜେଡିରେ ତୁଷାରକାନ୍ତ ବେହେରା ଯୋଗ ଦେବା ପରେ ବିଜେଡି ପ୍ରାର୍ଥୀ ବଦଳେଇ ଦେଇଥିଲା ।  ସୁରେନ୍ଦ୍ରଙ୍କ ସ୍ଥାନରେ ତୁଷାରକାନ୍ତଙ୍କୁ  ବିଜେଡି ପ୍ରାର୍ଥୀ କରିଥିଲା । ଏହି ଘଟଣା ପରେ ବିଜେଡିର ପୂର୍ବତନ ବିଧାୟକ ରବି ମଲିକ୍ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଏବଂ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା । ଦଳ ବଦଳ ରାଜନୀତି ଶେଷ ହେବା ପରେ ଏବେ ମଇଦାନରେ ଆରମ୍ଭ ହୋଇଛି ଲଢେଇ ।  ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ କୋଣାର୍କ ଏନ୍.ଏ.ସି ରେ ରୋଡ ଶୋ ଓ ଡୋରଟୁ ଡୋର୍ କ୍ୟାମ୍ପେନ କରି ଭୋଟ ମାଗୁଛନ୍ତି  । ବିଜେଡି ପ୍ରାର୍ଥୀ ତୁଷାରକାନ୍ତ ନିଜର ଲୋକପ୍ରିୟତା ଏବଂ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟକୁ ପ୍ରସଙ୍ଗ କରିଥିବା ବେଳେ ବିଜେପି ପ୍ରାର୍ଥୀ ରବି ମଲିକ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଆଧାର କରି  ନିର୍ବାଚନ ବୈତରଣୀ ପାରିହେବା ପାଇଁ ଲକ୍ଷ୍ୟ ରଖିଛନ୍ତି  ।

LEAVE A REPLY

Please enter your comment!
Please enter your name here