ଗୁରୁବାର ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ୍‌ ସୁପର ଷ୍ଟାର ମିଥୁନ ଚକ୍ରବର୍ତ୍ତୀ । ଶ୍ରୀମନ୍ଦିରରେ ପହଞ୍ଚି ଭିତରକାଠ ନିକଟରୁ ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ମିଥୁନ । ତାଙ୍କ ସହ ତାଙ୍କର ସେବାୟତ ତଥା ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର ଉପସ୍ଥିତ ଥିଲେ। ମିଥୁନ ଚକ୍ରବର୍ତ୍ତୀ ପ୍ରଥମେ ସିଂହଦ୍ୱାର ନିକଟରୁ ପତିତପାବନଙ୍କୁ ମୁଣ୍ଡିଆ ମାରିଥିଲେ। ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଅବକାଶ ନୀତି ଦର୍ଶନ କରିବା ସହ ବେହରଣ ଦ୍ୱାର ଦେଇ ବାହାରକୁ ଆସିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ମିଥୁନ ଚକ୍ରବର୍ତ୍ତୀଙ୍କ ଦର୍ଶନ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here