ମାଲକାନଗିରି ଜିଲ୍ଲା ମୁ୍ୟନିସପାଲଟି ଅଫିସ ପରିସରରେ ଭୟାବହ ଅଗ୍ନିକାଣ୍ଡ । ନିଅାଁଲାଗି ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ପୋଡିଯାଇଛି । କାର୍ଯ୍ୟାଳୟ ପରିସରରେ ଥିବା ପ୍ରାୟ ୧୦ରୁ ଅଧିକ ମୋଟର ସାଇକେଲ ଜଳିଯାଇଛି । ମୋଟର ସାଇକେଲରେ ଥିବା ଗ୍ୟାସ ଟାଙ୍କିରୁ ନିଆଁ ଲାଗିଥିଲା । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ କାର୍ଯ୍ୟାଳୟ ପରିସରରେ ନିଆଁ ଲାଗିଯିବାରୁ ଅଫିସ ଭିତର ପର୍ଯ୍ୟନ୍ତ ଯେଭଳି ନିଆଁ ନବ୍ୟାପିବ ସେନେଇ ଉଦ୍ୟମ ଜାରି ରହିଥିଲା ।

LEAVE A REPLY

Please enter your comment!
Please enter your name here