ଅସହ୍ୟ ତାତିରୁ ରାଜ୍ୟବାସୀଙ୍କୁ ମିଳିଲା ନିସ୍ତାର । ରାଜ୍ୟରେ ଆରମ୍ଭ ହେଲା ପ୍ରାକ୍ ମୌସୁମୀ ବର୍ଷା । ଉତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି । ଏହି ଲଗୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀର ଆଗମନ ହୋଇଛି । ଆଗାମୀ ୪୮ ଘଣ୍ଟା  ମଧ୍ୟରେ ରାଜ୍ୟରେ ମୌସୁମୀ ସକ୍ରିୟ ରୂପ ଧାରଣ କରିବ ବୋଲି ଆଚଂଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ପୂର୍ବାନୁମାନ କରାଯାଇଛି । ଆଜି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ପବନର ଆଶଙ୍କା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here