କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ପୋଲିସ ପୀଡ଼ିତାଙ୍କ ସାନି ବୟାନ ରେକର୍ଡ କରିଛି | ୧୬୧ ଧାରାରେ ପୋଲିସ ପୀଡ଼ିତାଙ୍କ ସାନି ବୟାନ ରେକର୍ଡ କରିଛି | ତଦନ୍ତକାରୀ ଅଧିକାରୀ ଓ ମହିଳା ପୋଲିସଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି | ଗତକାଲି ପୀଡ଼ିତା ଡ୍ରାଇଭର ଲଳିନ୍ଦ୍ର ହିଁ ମୁଖ୍ୟ ଖଳନାୟକ ବୋଲି ଗଣମାଧ୍ୟମ ଆଗରେ ନିଜର ବୟାନ ରଖିଥିଲେ |
ସୂଚାନଯୋଗ୍ୟ, କଳାହାଣ୍ଡିରେ ଜିଲ୍ଲାରେ ଘଟିଥିଲା ଏହି ଲଜ୍ୟା ଜନକ ଘଟଣା | ଅପରାହ୍ଣରେ ପୀଡ଼ିତ ଯୁବତୀ ଜଣକ ଭବାନୀପାଟଣାରୁ ନିଜ ଘରକୁ ଫେରୁଥିବା ସମୟରେ ଜାରିଙ୍ଗ ଜଙ୍ଗଲ ନିକଟରେ କିଛି ଅପରିଚିତ ଦୁର୍ବୃତ୍ତ ଅଟକାଇ ଯୁବତୀକୁ ଜଙ୍ଗଲ ମଧ୍ୟକୁ ନେଇ ଗଣଦୁଷ୍କର୍ମ କରିଥିଲେ | ଏହି ସବୁ ଘଟଣାର ଏକ ଭିଡିଓ ମଧ୍ୟ ଉତୋଳନ କରିଥିଲେ, ଯେଉଁ ଭିଡିଓକୁ ଦୁର୍ବୁତ୍ତମାନେ ଭାଇରାଲ କରିଥିଲେ | ତେବେ ଅପରିଚିତ ଅଭିଯୁକ୍ତ ଯୁବକମାନେ ମାରଣାସ୍ତ୍ର ଦେଖାଇ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ପୀଡିତ ଯୁବତୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଅଭିଯୋଗକୁ ଭିର୍ତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଦେଇଥିବା ବେଳେ, ଓଡିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ତୀବ୍ର ନିନ୍ଦା କରିଥିଲେ | ସେପଟେ ଏହି ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଥିବା ବେଳେ, ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣା ପଡିଛି | ସେପଟେ ପୋଲିସ ଡ୍ରାଇଭର ଲଳିନ୍ଦ୍ରଙ୍କୁ ଛାଡି ଦେଇଥିବା ବେଳେ, ପୀଡିତ ଯୁବତୀ ସିଏ ମୁଖ୍ୟ ଆସାମୀ ବୋଲି କହି ଅଭିଯୋଗ ଆଣିଥିଲେ | ପୋଲିସ ଲଳିନ୍ଦ୍ରକୁ ଗିରଫ କରି ଆଜି ଡାକ୍ତରୀମାଇନା ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ ବୋଲି କହିଛନ୍ତି |

LEAVE A REPLY

Please enter your comment!
Please enter your name here