ଦୁର୍ଗାପୂଜା ଅବସରରେ ଖୋଲା ରହିବ ଆର୍‌ଟିଓ ଅଫିସ | ପୂଜା ଛୁଟି ସତ୍ତ୍ବେ ଶନିବାର ଓ ସୋମବାର ଦିନ ରାଜ୍ୟର ସମସ୍ତ ଆର୍‌ଟିଓ କାର୍ଯ୍ୟାଳୟ ଖୋଲାରହିବ | ଦୁର୍ଗାପୂଜା ଅବସରରେ ଯେଉଁମାନେ ନୂଆ ଗାଡ଼ି କିଣିଛନ୍ତି ସେମାନେ ୫ ଓ ୭ ତାରିଖରେ ଗାଡ଼ି ରେଜିଷ୍ଟ୍ରେସନ୍ କରିପାରିବେ | ଅପରାହ୍ଣ ୩ଟା ରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଆର୍‌ଟିଓ ଅଫିସ | ପାର୍ବଣ ସମୟରେ ଗାଡ଼ି ସୋ-ରୁମ୍‌ ମାଲିକମାନେ ଆକର୍ଷଣୀୟ ଅଫର ରଖୁଥିବା ବେଳେ ଗାଡି କିଣା ବିକାର ମାତ୍ର ମଧ୍ୟ ବୃଦ୍ଧି ପାଇଥାଏ | ତେବେ ଏହି ସବୁ ଚାହିଦାକୁ ଦୃଷ୍ଟିରେ ରଖି ପରିବହନ କମିଶନରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି | ଏହି ପୂଜା ଛୁଟି ସମୟରେ ଡିଏଲ୍‌ ଓ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ | ଏପରିକି ଡିଲରମାନେ ଯେପରି ବିନା ପଞ୍ଜିକରଣରେ କୌଣସି ଗାଡ଼ି ବିକ୍ରି ନକରନ୍ତି, ତାହା ତଦାରଖ କରିବାକୁ ଆର୍‌ଟିଓମାନଙ୍କୁ କୁହାଯାଇଛି | ଯଦି କୌଣସି ଡିଲର ବିନା ପଞ୍ଜିକରଣରେ ଗାଡ଼ି ବିକ୍ରି କରୁଥାନ୍ତି, ତେବେ ସେମାନଙ୍କ ଟ୍ରେଡ୍‌ ଲାଇସେନ୍ସ ବାତିଲ କରି ଦିଆଯାଇପାରେ ବୋଲି ଚେତାବନୀ ଦିଆଯାଇଛି |

LEAVE A REPLY

Please enter your comment!
Please enter your name here