ଦୁଇ ଭାଇଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା । ଏଭଳି ଅମାନୁଷିକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁର ବ୍ଲକ ଅନ୍ତର୍ଗତ ମଲଦା ନିକଟବର୍ତ୍ତୀ କାସିଆ ଗାଁରେ । ଏହି ଗାଁର ଉଧବ ନାୟକ ନାମକ ଜଣେ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ଏକ ଟାଙ୍ଗିଆ ଧରି ସମରା ନାୟକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ସମୟରେ ସମରାଙ୍କ ଭାଇ କରମୁ ତାକୁ ରକ୍ଷା କରିବାକୁ ଚେଷ୍ଟା କରିଥିବାବେଳେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା । ଘଟଣାସ୍ଥଳରେ ସମରାଙ୍କ ମୃତ୍ୟୁ ହୋଇଥିବାବେଳେ ସାନଭାଇ କରମକୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାର ମୃତ୍ୟୁ ହୋଇଛି । ଅଭିଯୁକ୍ତକୁ କାବୁ କରି ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here