ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଲଗାତର ତୈଳଦର ବୃଦ୍ଧି ଫଳରେ ଖୁବଶୀଘ୍ର ପେଟ୍ରୋଲ, ଡିଜେଲ ଲିଟର ପିଚ୍ଛା ଶହେଟଙ୍କା ଅତିକ୍ରମ କରିବା ଭଳି ସ୍ଥିତି ସୃଷ୍ଟି ହୋଇଛି । ପ୍ରତିଦିନ କିଛି ନା କିଛି ତୈଳଦର ବୃଦ୍ଧି ଏବେ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତୈଳଦର ବୃଦ୍ଧି ପଛରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଏକ ମୁଖ୍ୟ କାରଣ କୁହାଯାଉଥିଲେ ହେଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ବୋଝ ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି । ପ୍ରତି ଲିଟର ପେଟ୍ରୋଲରେ ରାଜ୍ୟ ସରକାର 20 ଟଙ୍କା 91 ପଇସା ଟିକସ ନେଉଥିବା ବେଳେ କେନ୍ଦ୍ର ସରକାର 32 ଟଙ୍କା 98 ପଇସା ଟିକସ ନେଉଛନ୍ତି । ସେହିପରି ଡିଲର କମିଶନ ବାବଦରେ 3 ଟଙ୍କା 36 ପଇସା ରହିଛି । ସେହିପରି ଡିଜେଲରେ ରାଜ୍ୟ ସରକାର 18 ଟଙ୍କା 41 ପଇସା ଟିକସ ନେଉଥିବା ବେଳେ କେନ୍ଦ୍ରୀୟ ଟିକସ 31 ଟଙ୍କା 83 ପଇସା ଏବଂ ଡିଲର କମିଶନ 2 ଟଙ୍କା 11 ପଇସା ରହିଛି । ଅର୍ଥାତ ବିନା ଟିକସରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଚ୍ଛା 33 ରୁ 35 ଟଙ୍କା ଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ଉପରେ ଟିକସ ବୋଝ ଲଦି ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here