କରୋନା ମହାମାରୀ ରୋକିବା ପାଇଁ ଟିକା କରଣ ଏକମାତ୍ର ଉପାୟ । ହେଲେ ଏବେ ବି ଗ୍ରାମାଞ୍ଚଳରେ ଅନେକ ଲୋକେ ବିଲକୁଲ ଟିକା ନେଇନଥିବାବେଳେ ଦ୍ୱିତୀୟ ଡୋଜ୍ ଟିକା ନେଇନଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ଆସନ୍ତାକାଲିଠାରୁ ଟିକା ନେଇନଥିବା ବ୍ୟକ୍ତିଙ୍କୁ ଖୋଜା ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଗାଁ ଗାଁ ବୁଲି ଆଶା କର୍ମୀମାନେ ଟିକା ନେଇନଥିବା ଲୋକଙ୍କୁ ଖୋଜିବା ସହିତ ସେମାନଙ୍କର ତାଲିକା ପ୍ରସ୍ତୁତ କରିବେ । ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ଶେଷ ହେବ । ଏଥିପାଇଁ ଟିକା କେନ୍ଦ୍ର ତାଲିକା ବୃଦ୍ଧି କରାଯିବ । ଯେଉଁ ଗାଁରେ ଅଧିକ ଲୋକ ଟିକା ନେଇନାହାଁନ୍ତି ସେଠାରେ ଟିକା କରଣ କେନ୍ଦ୍ର ଖୋଲାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏବେ ସୁଦ୍ଧା ରାଜ୍ୟରେ ୩୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇନାହାଁନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here