ବିଜୟ ମହାପାତ୍ରଙ୍କ ସାଙ୍ଘାତିକ ଅଭିଯୋଗ । ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଦେଲେ ସଙ୍ଗୀନ ତଥ୍ୟ । ରାୟପୁର କୁଲ୍ ହୋମରେ ଥରେ ନୁହେଁ, ତିନିଥର ହୋଇଥିଲା ମିଟିଂ । ଗୋବିନ୍ଦ ସାହୁ ଓ ମମିତା ଭିତରେ ଥିବା ବିବାଦର ସମାଧାନ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ସାଜିଥିଲେ ମଧ୍ୟସ୍ଥି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ମନ୍ତ୍ରୀଙ୍କ ବିରୋଧରେ ଆହୁରି ଅନେକ ତଥ୍ୟ ରହିଛି । ଏପରିକି ଗୋବିନ୍ଦ ସାହୁ ପୋଲିସ ବାରାକରେ ଥିବା ବେଳେ ମଧ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ କଥା ହୋଇଥିବା କଥା କହିଛନ୍ତି ବିଜୟ । ମାତ୍ର ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଉଠାଇଥିବା ପ୍ରଶ୍ନ ଉପରେ କୌଣସି ଉତ୍ତର ରଖିନାହାଁନ୍ତି ସରକାର ।

ବିଜୟ ମହାପାତ୍ର କହିଛନ୍ତି, ରାୟପୁରରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଅମାପ ସଂପତ୍ତି ରହିଛି । ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଭିତରୁ ମାତ୍ର ଦୁଇପୃଷ୍ଠା ଖୋଲାଯାଇଛି ବୋଲି ସେ କହିଛନ୍ତି । ଆଗକୁ ଆହୁରି ଅନେକ ତଥ୍ୟ ବାହାରିବ ।

LEAVE A REPLY

Please enter your comment!
Please enter your name here