ରାଜ୍ୟରେ ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ତେଲ ସଙ୍କଟ ଆଶଙ୍କାରେ ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ ଲାଗିଛି । ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକ କହିଲେ- ତେଲ ପାଇଁ ଚିନ୍ତା କରନ୍ତୁନି । ପେଟ୍ରୋଲ୍ ପମ୍ପ୍ରେ ତେଲ ସରିଯିବାର ଆଶଙ୍କା ଆଉ ନାହିଁ । ତେଲ ପରିବହନ ଆରମ୍ଭ ହୋଇଛି ।
ଗତକାଲିଠୁ ୨୫୦ଟି ତେଲ ଟ୍ୟାଙ୍କର ଓଡ଼ିଶାକୁ ଆସିଛି । ପେଟ୍ରୋଲକୁ ନେଇ କୌଣସି ସମସ୍ୟା ହେବନି । କାଁ ଭାଁ ଜାଗାରେ ପେଟ୍ରୋଲ ସରିଛି । ପୁରା କର୍ଡ଼ନ ଭିତରେ ପେଟ୍ରୋଲକୁ ଆମଦାନୀ କରାଯାଇଛି । ଅଯଥା ଭିଡ଼ ନ କରିବା ପାଇଁ ଅନୁରୋଧ କରିଛନ୍ତି । ସରକାରଙ୍କ ଏଥିପ୍ରତି ପୁରା ନଜର ରହିଛି। ତରବରିଆ ହୋଇ ଆବଶ୍ୟକ ଠାରୁ ଅଧିକ ପେଟ୍ରୋଲ କିଣନ୍ତୁନି ବୋଲି ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି ।














