ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆୟୋଜନ କରୁଛନ୍ତି ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ । 2019ରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ଏହି ପ୍ରତିଯୋଗିତା ହୋଇଆସୁଛି । ଚଳିତବର୍ଷ ଏହି ପ୍ରତିଯୋଗିତା ଦୁଇଟି ରାଉଣ୍ଡ ଯଥା- ଅଡିସନ ଓ ଫାଇନାଲ ରାଉଣ୍ଡରେ କରାଯିବ । କୃତି ପ୍ରତିଯୋଗୀଙ୍କୁ ଜୁଲାଇ ମାସ ଦ୍ବିତୀୟ ସପ୍ତାହରେ ଆୟୋଜିତ ବର୍ଣ୍ଣାଢ୍ୟ ସମାରୋହରେ ପୁରସ୍କୃତ କରାଯିବ ।

ପ୍ରତିଯୋଗିତାରେ ଭାଗ ନେବା ପାଇଁ ବୟସ ସୀମା – ପ୍ରତିଯୋଗିତାରେ ଭାଗ ନେବା ପାଇଁ ବୟସ ଦୃଷ୍ଟିରୁ ପ୍ରତିଯୋଗୀଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି । 12 ବର୍ଷ ବୟସ ପର୍ଯ୍ୟନ୍ତ ସବୁଜୁନିଅର ଗ୍ରୁପ, 13 ରୁ 18 ବୟସ ପର୍ଯ୍ୟନ୍ତ ଜୁନିଅର ଏବଂ 19 ରୁ 30 ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କୁ ସିନିୟର ଗ୍ରୁପରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରତିଯୋଗୀମାନେ ଆମ ହ୍ବାଟ୍ସ ଆପ୍ ନମ୍ବର 8847876626 କୁ ସେମାନଙ୍କ ନାମ, ଠିକଣା, ଗ୍ରୁପ, ବୟସଗତ ପ୍ରମାଣପତ୍ର ପଠାଇ ନାମ ପଂଜିକୃତ କରିପାରିବେ । ନାମ ପଂଜିକରଣ ପାଇଁ କୌଣସି ପ୍ରବେଶିକା ଦେୟ ଦେବାକୁ ପଡିବ ନାହିଁ ।

କେମିତି ଭାଗ ନେବେ – ପ୍ରତିଯୋଗୀମାନେ ଘରେ ବସି ଅଡିସନ ରାଉଣ୍ଡରେ ଭାଗ ନେଇପାରିବେ । ଶ୍ରୀଜଗନ୍ନାଥଙ୍କ ଭଜନର ଗୋଟିଏ ପଦ ଗାଇ ଆମ ପାଖକୁ ତାର ଅଡିଓ ଭିଡିଓ କ୍ଲିପିଂ ପଠାଇବେ । ପ୍ରତ୍ୟେକ ପ୍ରତିଯୋଗୀ ଗୋଟିଏ ଭଜନର କ୍ଲିପିଂ ପଠାଇ ପାରିବେ । ଭିଡିଓ କ୍ଲିପିଂ ପଠାଇବା ବେଳେ ପ୍ରତିଯୋଗୀମାନେ ନିଜର ନାମ, ଠିକଣା, ବୟସ, ଗ୍ରୁପ, ବୟସଗତ ପ୍ରମାଣପତ୍ର ପାଇଁ ଆଧାର କାର୍ଡ କପି ପଠାଇବା ଆବଶ୍ୟକ । ଅଡିସନ ରାଉଣ୍ଡରେ ଯେଉଁ ପ୍ରତିଯୋଗୀମାନେ ଯୋଗ୍ୟ ବିବେଚିତ ହେବେ, ସେମାନେ ପୁରୀରେ ହେବାକୁ ଥିବା ଫାଇନାଲ ରାଉଣ୍ଡରେ ଯୋଗ ଦେବେ । ଫାଇନାଲ ରାଉଣ୍ଡର କୃତି ପ୍ରତିଯୋଗୀଙ୍କୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଶେଷ ତାରିଖ – ପ୍ରତିଯୋଗୀମାନେ ଜୁନ 30 ତାରିଖ ସୁଦ୍ଧା ଆମ ପାଖକୁ ଅଡିସନ ରାଉଣ୍ଡ ନିମନ୍ତେ ସେମାନଙ୍କ ଭିଡିଓ କ୍ଲିପିଂ ପଠାଇବା ଆବଶ୍ୟକ । 30 ତାରିଖ ପରେ ଏହା ଗ୍ରହଣୀୟ ନୁହେଁ ।

LEAVE A REPLY

Please enter your comment!
Please enter your name here