ରସଗୋଲାକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ସହ ଓଡିଶାର ଶୀତଳ ଯୁଦ୍ଧ ପରେ ଏବେ ତାଳଗୁଡକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଓଡିଶା ସରକାର ଯୋଜନା କରୁଛନ୍ତି. ସୂଚନା ଅନୁସାରେ, ଏହାକୁ ନେଇ ଓଡିଶା ରାଜ୍ୟ ପାମଗୁର ସହକାରୀ ସଂଘ(ଓଏସପିସିଏଫ) ଏବଂ କେନ୍ଦ୍ରୀୟ ଉପକରଣ କକ୍ଷ ଓ ପ୍ରଶିକ୍ଷଣ କେନ୍ଦ୍ର (ସିଟିଟିସି) ମଧ୍ୟରେ ଏକାଧିକବାର ବୈଠକ ହୋଇଛି. ତେବେ ଏହାର ବିକ୍ରିସ୍ଥଳୀ ରାଜ୍ୟର ଚାରୋଟି ସ୍ଥାନ ଯଥା- ଖଣ୍ଡଗିରି, ୟୁନିଟି-2 ଭୁବନେଶ୍ୱର, କଟକ ଓ ସାଲେପୁରରେ ରହିଥିବା ବେଳେ ରାଜ୍ୟରେ ହେଉଥିବା ପ୍ରଦର୍ଶନୀ ମେଳାରେ ଏହାର ବିକ୍ରି କରାଯାଉଛି. ତେବେ ଏହାକୁ ସଠିକ୍ ପ୍ରକ୍ରିୟା ମାଧ୍ୟମରେ ପ୍ରସ୍ତୁତ କରିବା ପାଇଁ କାରିଗରଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି କହିଛନ୍ତି palm jaggery federation  ର ଜଣେ ବରିଷ୍ଠ ଅଧିକାରୀ.

 

LEAVE A REPLY

Please enter your comment!
Please enter your name here