ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପୂର୍ବରୁ ମହାନଦୀ ଉପରେ ଦୁଇଟି ହାଇ ଲେବଲ ବ୍ରିଜର ଶିଳାନ୍ୟାସ କରାଯାଇଛି । ଭିଡିଓ କନଫରନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ବୃହତ ପୋଲର ଶିଳାନ୍ୟାସ କରିଛନ୍ତି । ମହାନଦୀ ଉପରେ ଜଇପୁରରୁ କଟିକଟା କୁ ଯୋଗାଯୋଗ ପାଇଁ ୮୨ କୋଟି ୫୩ ଲକ୍ଷ୍ୟ ବ୍ୟୟରେ ପ୍ରସ୍ତାବିତ ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିବା ବେଳେ ତିର୍ତ୍ତୋଲ ଠାରୁ ପୋଷଲକୁ ସଂଯୋଗ କରିବା ପାଇଁ ୧୧୮ କୋଟି ୫୬ ଲକ୍ଷ୍ୟ ଟଙ୍କା ବ୍ୟୟରେ ଅନ୍ୟ ଏକ ପୋଲର ଶିଲାନ୍ୟାସ କରାଯାଇଛି । ଏହି ଦୁଇଟି ପୋଲକୁ ନିର୍ମାଣ କରିବା ପାଇଁ ଆର ଆଣ୍ଡ ବି ଏବଂ ଆରଡି କୁ ଦାୟିତ୍ୱ ଦିଆଯାଇଥିବାବେଳେ ଉଭୟ ବିଭାଗ ଟେଣ୍ଡର ପକ୍ରିୟା ଆରମ୍ଭ କରିଦେଇଛନ୍ତି ।ତେବେ ଏହି ଦୁଇଟି ପୋଲ ନିର୍ମାଣ ହେଲେ ଜଗତସିଂପୁର କେନ୍ଦ୍ରାପଡାକୁ ଗମନାଗମନ ସୁବିଧା ହେବା ସହ ଲକ୍ଷାଧିକ ଲୋକେ ଉପକୃତ ହୋଇପାରିବେ । ତେବେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଘୁନନ୍ଦନ ଦାସ , ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ,ପାରାଦୀପ ବିଧାୟକ ସମ୍ବତି ରାଉତରାୟ ,ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ଏବଂ ଜିଲ୍ଲାପାଳ ଉପସ୍ଥିତ ରହି ମହାନଦୀ ଉପରେ ପ୍ରସ୍ତାବ ିତ ଦୁଇ ହାଇ ଲେବଲ ପୋଲର ଶିଳାନ୍ୟାସ କରିଛନ୍ତି ।