ଲଗାତର ତୃତୀୟ ଦିନ ପାଇଁ ବଜେଟ୍ ଅଧିବେଶନର ପ୍ରଶ୍ନକାଳ ଚାଲି ପାରି ନାହିଁ । ଗୃହରେ ସାଂସଦ ଲଡୁ କିଶୋର ସ୍ୱାଇଁ ଏବଂ ସ୍ୱାଧୀନତା ସଂଗ୍ରାମୀ ପ୍ରିୟନାଥ ଦେଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ଏକ ମିନିଟ୍ର ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା । ଶୋକ ପ୍ରସ୍ତାବ ପରେ ତିନି ପ୍ରମୁଖ ଦଳର ହଟ୍ଟଗୋଳରେ କମ୍ପିଥିଲା ଗୃହ । ଫଳରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଏକ ଘଣ୍ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପ୍ରଶ୍ନର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ୟ୍ୟନାରାୟଣ ପାତ୍ର ଉତ୍ତର ରଖୁଥିବା ବେଳେ ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ । ସେହିପରି ଆଜିବି ଚାଷୀ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ସରକାରଙ୍କୁ ଘେରିଥିଲେ ।