ବହୁ ଚର୍ଚ୍ଚିତ ଚିଟଫଣ୍ଡ ଦୁର୍ନୀତି ମାମଲାରେ ରାଜରାସ୍ତାକୁ ଓହ୍ଲାଇଛି ସିଭିଲ୍ ସୋସାଇଟି ସଂଗଠନ. ଏହି ମାମଲାକୁ ନେଇ ହେଉଥିବା ତଦନ୍ତ ଓ ଜେରା ଏକପ୍ରକାର ଭାଣ୍ଡାମୀ ବୋଲି ଏହି ସଂଗଠନ କହିଛି. ଚିଟଫଣ୍ଡ ମାମଲାରେ ସିବିଆଇ ତଦନ୍ତ ତ୍ବାରାନ୍ବୀତ କରିବାକୁ ଦାବି କରି ସଂଗଠନ ପକ୍ଷରୁ ଭୁବନେଶ୍ବର ସିବିଆଇ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା. ଚିଟଫଣ୍ଡ ସ୍କାମରେ ସଂପୃକ୍ତ ଥିବା ବିଜେଡି ନେତାମାନଙ୍କୁ ତୁରନ୍ତ ଗିରଫ କରାଯାଇ ଉଚିତ ଦଣ୍ଡ ବିଧାନ ଦିଆଯାଉ ବୋଲି ଦାବି ହୋଇଛି. ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନଥିବା ବେଳେ ବର୍ତ୍ତମାନ ସିବିଆଇ ତଦନ୍ତ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି. ସିବିଆଇ ତଦନ୍ତରୁ ରାଜ୍ୟବାସୀଙ୍କୁ ନ୍ୟାୟ ମିଳିବା ଆଶା ଆଶାରେ ହିଁ ରହିଥିବା ଅଭିଯୋଗ ଆସିଛି. ସିଭିଲ ସୋସାଇଟି ପକ୍ଷରୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାର ପଦକ୍ଷେପ ନେଉନଥିବା କହିଛି ସିଭିଲ ସୋସାଇଟି ସଂଗଠନ.

 

LEAVE A REPLY

Please enter your comment!
Please enter your name here