ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ପୁଣି ଆରମ୍ଭ ହୋଇଛି କୃଷକଙ୍କ ଆନ୍ଦୋଳନ ।  ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ଲକ୍ଷ୍ୟରେ ନବ ନିର୍ମାଣ କୃଷକ ସଂଗଠନ ପଦଯାତ୍ରା ଆରମ୍ଭ କରିଛନ୍ତି । ଭୁବନେଶ୍ୱର ରଘୁନାଥପୁରରୁ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପଦଯାତ୍ରା ବାହାରିଛି ।

ଜାନୁଆରୀ ୩୧ ସୁଦ୍ଧା ଯଦି ଚାଷୀଙ୍କ ଦାବି ପୂରଣ ନକରାଯାଏ, ଆନ୍ଦୋଳନ ଜୋରଦାର କରାଯିବ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି। ସେପଟେ କୃଷକଙ୍କ ସହ ୨ଥର ଆଲୋଚନା ହେଲାଣି, ସରକାର ସେମାନଙ୍କ କଥା ଚିନ୍ତା କରୁଛନ୍ତି ବୋଲି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି।

 

 

LEAVE A REPLY

Please enter your comment!
Please enter your name here