ଗୁଜରାଟ ମର୍ବି ଝୁଲାପୋଲ ଦୁର୍ଘଟଣା ପରେ କାଲିଠାରୁ ଦିନକ ପାଇଁ ଧବଳେଶ୍ବର ଝୁଲାପୋଲରେ ଯାତ୍ରୀଙ୍କ ଯାତାୟତକୁ ବନ୍ଦ କରିଛି ପ୍ରଶାସନ । ପୋଲର ସୁରକ୍ଷା ଯାଞ୍ଚ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ବୈଷୟିକ ଟିମ୍ ଭଲଭାବରେ ଯାଞ୍ଚ କରିବା ପରେ ଝୁଲାପୋଲର ସ୍ଥିତି ଯଦି ଠିକ୍ ଥିବ, ତେବେ ଯାତ୍ରୀଙ୍କ ପାଇଁ ଖୋଲାଯିବ । ଏବେ ଧବଳେଶ୍ବର ଦର୍ଶନ ପାଇଁ ଆସୁଥିବା ଯାତ୍ରୀ ଡଙ୍ଗାରେ ଯିବାକୁ ପ୍ରଶାସନ ପରାମର୍ଶ ଦେଇଛି ।
ସୂଚନାଯୋଗ୍ୟ, ଗୁଜରାଟ ମର୍ବି ସହରରେ ଗତକାଲି ସଂଧ୍ୟାରେ ମଚ୍ଛୁ ନଦୀ ଉପରେ ଥିବା ଝୁଲାପୋଲଟି ନଦୀଗର୍ଭକୁ ଖସି ପଡିଥିଲା । ଦୁର୍ଘଟଣାରେ 141 ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଏବେ ବି ଅନେକ ଯାତ୍ରୀଙ୍କ ପତ୍ତା ମିଳୁନାହିଁ ।

LEAVE A REPLY

Please enter your comment!
Please enter your name here