କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଖସିଛି ତାପମାତ୍ରା । ଅସହ୍ୟ ଖରା ତାତିରୁ ତ୍ରାହି ମିଳିଛି । ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି ।ଭୁବନେଶ୍ୱର କଟକ ସମେତ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ପବନ ସହିତ କୁଆ ପଥର ମାଡ ହୋଇଛି । ଏବେ ବି କିଛି ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହିବା ସହିତ କିଛି ଅଞ୍ଚଳରେ ଝିପିଝିପି ବର୍ଷା ହେଉଛି । ଆଗାମୀ ୪ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି । ବିଜୁଳି ,ଘଡଘଡି ସହିତ କୁଆ ପଥର ବର୍ଷା ଏବଂ ଝଡ ପବନ ହେବ । ଆଜି ଏବଂ ଆସନ୍ତାକାଲି ଅଧିକ ରହିବ କାଳବୈଶାଖୀର ଅଧିକ ପ୍ରକୋପ । ଆଜି ପାଇଁ ଉତ୍ତର , ଦକ୍ଷିଣ ଏବଂ ଉପକୂଳ ଓଡିଶାରେ ଝଡବର୍ଷା ନେଇ ୧୮ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ବିଜୁଳି ,ଘଡଘଡି ସହ ହାଲୁକା ବର୍ଷାର ସମ୍ଭାବନା ରହିଛି । ୭ଟି ଜିଲ୍ଲା ବୌଦ୍ଧ , କଟକ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡା ଏବଂ କୋରାପୁଟରେ କୁଆ ପଥର ମାଡ ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଅଧିକ ରହିବ କାଳ ବୈଶାଖୀର ପ୍ରଭାବ । ଝଡବର୍ଷା ନେଇ କାଲି ପାଇଁ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କୋରାପୁଟ, ରାୟଗଡା, ଢେଙ୍କାନାଳ, ଯାଜପୁର ଏବଂ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅନୁଗୁଳ, ଢେଙ୍କାନାଳ , ଯାଜପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ କୁଆପଥର ମାଡ ହୋଇପାରେ ।

LEAVE A REPLY

Please enter your comment!
Please enter your name here