ମହାବତ୍ୟା ତିତଲିରେ ୫୨ ଲୋକଙ୍କ ଜୀବନ ଚାଲିଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ସରକାରଙ୍କ ପ୍ରାଥମିକ ରିପୋର୍ଟ ଅନୁସାରେ ୨ ହଜାର ୨୦୦ କୋଟି ଟଙ୍କା କ୍ଷୟକ୍ଷତି ହୋଇଥିବା ଜଣା ପଡ଼ିଛି । ସେହିଭଳି ରାସ୍ତାଘାଟ କ୍ଷତିର ପରିମାଣ ୫ଶହ କୋଟି ଆକଳନ ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ । ପୂର୍ବରୁ ଏହା ୪ ଲକ୍ଷ ଥିଲା । ବୁଧବାର ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତର ଚମ୍ପାପୁରରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ସହାୟତା ରାଶି ବୃଦ୍ଧି ସହିତ ଆହୁରି ଅନେକ ଘୋଷଣା କରିଛନ୍ତି । ପାହାଡ ଉପରେ ଥିବା ବାରଘର ଗାଁକୁ ପାହାଡ ତଳକୁ ଅଣାଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ବୁଧବାର ହିତାଧିକାରୀଙ୍କୁ ପଟ୍ଟା ବାଣ୍ଟିଛନ୍ତି । ଏଥିସହିତ ତିତିଲି ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ପରିବାରର ଅନାଥ ପିଲାଙ୍କ ସମସ୍ତ ଦାୟିତ୍ୱ ରାଜ୍ୟ ସରକାର ନେବେ ବୋଲି ୁମଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here