ଜଗତସିଂହପୁର ଜିଲ୍ଲା ସଦର ବ୍ୟାପକ ଦୁର୍ନୀତିକୁ ବିରୋଧ କରି ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଇଥିଲା. ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ କର୍ମୀମାନେ ପୋଷ୍ଟ ଅଫିସ ଛକରୁ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ. ସେଠାରେ ପହଞ୍ଚିବା ପରେ ସେମାନେ ବ୍ଲକ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ. ମାତ୍ର ପୋଲିସ୍ ଅଟକାଇବାରୁ ସେମାନେ ଏଥିରେ ସଫଳ ହୋଇପାରିନଥିଲେ. ସେମାନେ ବ୍ଲକ ସାମ୍ନାରେ ଧାରଣାରେ ବସିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ. ସଦର ବ୍ଲକରେ ବ୍ୟାପକ ପିସି କାରବାର ଓ ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାରେ ଅନିୟମିତତା ହେଉଥିବା ସେମାନେ ଅଭିଯୋଗ କରିଛନ୍ତି. ଏହି ଆନ୍ଦୋଳନରେ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଓ ଉପେନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟ ବିଜେପି କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ.













