ତୃତୀୟ ପର୍ୟ୍ୟାୟ ନିର୍ବାଚନ ଲାଗି ଭୋଟ ଗ୍ରହଣ ଚାଲିଥିବା ବେଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଦେବାଶିଷଙ୍କୁ ନୋଟିସ ଜାରି କରାଯାଇଛି । କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ନିର୍ବାଚନ ଅଧିକାରୀ ଜାରି କରିଛନ୍ତି ନୋଟିସ । ଗଣତନ୍ତ୍ରର ମହାପର୍ବରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନକରିବା ପାଇଁ ପ୍ରାର୍ଥୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଥିଲା , କିନ୍ତୁ ଏହାକୁ ଉଲ୍ଲଂଘନ କରି ଦେବାଶିଷ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଗତ ୨୧ ତାରିଖ ସନ୍ଧ୍ୟାରୁ ନିର୍ବାଚନ ପ୍ରଚାର ବନ୍ଦ କରାଯାଇଥିଲା । କିନ୍ତୁ ଦେବାଶିଷ ସାମନ୍ତରାୟ ଗତକାଲି ଫେସବୁକରେ ଏକ ମେସେଜ ଜାରି କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ସୁଚନା ମିଳିଥିଲା । ଯାହାକୁ ଯାଞ୍ଚ କରି ନିର୍ବାଚନ କମିଶନ ଦେବାଶିଷଙ୍କୁ ନୋଟିସ ଜାରି କରିଛନ୍ତି । ଏପରିକି ୪୮ ଘଣ୍ଟା ମଧ୍ୟରେ ଏହାର ଜବାବ ଦେବାକୁ ଦେବାଶିଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଅଧିକାରୀ ।

LEAVE A REPLY

Please enter your comment!
Please enter your name here