ଦେଶର ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଜୀବନ ବିଷୟରେ ଅଳ୍ପ ବହୁତ ଜାଣିଛନ୍ତି । ତାଙ୍କର ରାଜନୈତିକ ଜୀବନ କେମିତି ଆରମ୍ଭ ହେଲା ଓ ସେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ କେମିତି ହେଲେ । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁଲାସା କରିଛନ୍ତି । ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ସହିତ ଏକ ସାକ୍ଷାତକାରରେ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଖୁଲାସା କରିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ମୋଦୀ ନିଜ ମା’ଙ୍କ ସହିତ କାହିଁକି ରହୁନ୍ତି ନାହିଁ ?

ମୁଁ ବହୁତ ଖବୁ କମ୍‌ ବୟସରୁ ଘର ପରିବାର ଛାଡ଼ି ଦେଇଛି । ପରିବାର ଲୋକଙ୍କ ସହିତ ଏତେ ଆକର୍ଷଣ ନାହିଁ । ମନ ହେଲା ସେଥିପାଇଁ କିଛି ଦିନ ପାଇଁ ମା’କୁ ପାଖକୁ ନେଇ ଆସିଥିଲି । ତାଙ୍କ ସହିତ ସମୟ ବିତାଇଲି । ମା’ ବି କହିଲେ ମୋ ପଛରେ କାହିଁକି ସମୟ ନଷ୍ଟ କରୁଛୁ । ମୁଁ ଗାଁରେ ରହିବି, ଲୋକଙ୍କ ସହିତ କଥା ହେବି । ମା‘ ମଧ୍ୟରେ ମୋର କେତେ ବ୍ୟସ୍ତବହୁଳ ଜୀବନ । ସାକ୍ଷାତକାର ବେଳେ ମୋଦୀ କହିଛନ୍ତି ଯେ ମମତା ଦିଦି ତାଙ୍କ ପାଇଁ ବର୍ଷକୁ ଗୋଟିଏ ଦୁଇଟି କୁର୍ତ୍ତା ପଠାଇଥାଆନ୍ତି । ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ସେଖ ହସିନା ୩-୪ଥର ମିଠା ପଠାନ୍ତି । ଯଦି ମମତା ଦିଦି ଜାଣିବେ ହସିନା ମିଠା ପଠାନ୍ତି ତେବେ ସିଏ ବି ମୋ ପାଇଁ ନିଶ୍ଚିତ ମିଠା ପଠାଇବେ ।

କେବେ ଭାବିଥିଲେ ପିଏମ୍‌ ହେବେ ?

ପ୍ରଧାନମନ୍ତ୍ରୀ ହେବି ବୋଲି କେବେ ଭାବି ନ ଥିଲି । ମୁଁ ସେନାରେ ଯୋଗ ଦେବାକୁ ଚାହୁଁଥିଲି । କିନ୍ତୁ କେଉଁଠୁ ବି ଗାଇଡାନ୍ସ ମିଳୁ ନ ଥିଲା । ବୁଲି ବୁଲି ଏଇଠି ପହଁଚିଲି । ପିଏମ୍‌ ହେଲେ କ’ଣ ହୁଏ କେବେ କହି ପାରିବି ନାହିଁ ।

LEAVE A REPLY

Please enter your comment!
Please enter your name here