କୋଣାର୍କ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାକୁ ଉଦଘାଟନ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସଂନ୍ଧ୍ୟାର ପ୍ରଥମ ପାଳିରେ ଇଣ୍ଡୋନେସିଆର ବାଲିନିଜି ଡ୍ୟାନ୍ସ ଗ୍ରୁପର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ଇଣ୍ଡୋନେସିଆର ଅତିଥି ସ୍ୱାଗତର ପ୍ରାଚୀନ ପରମ୍ପରାକୁ ବାଲୀନିଜ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ କଳାକାର । ପରେ ପରେ ଭାରତର ପ୍ରାଚୀନ ରାମାୟଣ କଥାବସ୍ତୁ ସୀତାହରଣକୁ ନେଇ ମଧ୍ୟ ନୃତ୍ୟ ପରିବେଶଣ କରିଥିଲେ । ଯାହା ଦର୍ଶକଙ୍କୁ କିଛି ସମୟ ପାଇଁ ବାନ୍ଧି ରଖିଥିଲା । ଦ୍ୱିତୀୟ ଚରଣରେ କୋଲକାତାର ଗୁରୁ ଆଲୋକ କାନୁନଗୋଙ୍କ ସଂରଚନାରେ ଶିଞ୍ଜନ୍ ର କଳାକାରମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା, ପ୍ରଥମେ ସୂର‌୍ୟ୍ୟ ପୂଜା, ବ୍ରହ୍ମା ବିଷ୍ଣୁ ମହେଶ୍ୱର ଙ୍କ ସ୍ଵରୁପ ଓ ଶେଷରେ ଦଶମହାବିଦ୍ୟା ଭଳି ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ, ଦର୍ଶକ ମାନଙ୍କ କରତାଳି ରେ ଉଛୁଳି ପଡୁଥିଲା ମୁକ୍ତାକାଶ ରଙ୍ଗମଞ୍ଚ,
ସେପଟେ ଚନ୍ଦ୍ରଭାଗା ବେଳାଭୂମୀରେ ବେଶ୍ ଜମୁଛି ଦଶମ ଅନ୍ତର୍ଜାତୀକ ବାଲୁକା କଳା ଉତ୍ସବ । ଦ୍ୱିତୀୟ ଦିବସରେ ଶିଳ୍ପୀମାନେ ପରିବେଶ ପ୍ରକୃତି , ବନ୍ୟଜନ୍ତୁ ସୁରକ୍ଷା, ପରିବେଶ ସୁରକ୍ଷା ଓ ଜଙ୍ଗଲ କ୍ଷୟର କୁପ୍ରଭାବ ଉପରେ ବାଲୁକା କଳା ପ୍ରସ୍ତୁତ କରିଥିଲେ । ଯାହାକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ଉପଭୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here