ସ୍ତ୍ରୀ ଦେହ ଖରାପ ହେଲା ବୋଲି ସମ୍ପର୍କୀୟ ଶାଳୀକୁ ସେବା କରିବା ପାଇଁ ଘରକୁ ଆଣିଥିଲେ ଭିଣୋଇ I ଶାଳୀ ସେବାରେ ସ୍ତ୍ରୀ ଦେହ ଭଲ ହୋଇଗଲା I କିନ୍ତୁ ଭିଣୋଇଙ୍କ ନଜର ପଡିଗଲା ନାବାଳିକା ଶାଳୀର ଦେହ ଉପରେ I ତା ପରେ ଆରମ୍ଭ ହୋଇଗଲା ଖେଳ I ନାବାଳିକା ଶାଳୀଙ୍କୁ ଦୁଷ୍କର୍ମ କରିବା ସହ ଜୋର ଜବରଦସ୍ତ ସିନ୍ଦୁର ପିନ୍ଧେଇ ବାହା ହେଇଗଲା ଭିଣୋଇ I ଘରେ ବନ୍ଦ ରଖି ଘର କାମ କରେଇଲା, ଦୁଷ୍କର୍ମ ବି କଲା I ସ୍ୱାମିର ପାପ କାମ ଦେଖି ବି କିଛି ଦେଖୁନଥିଲା ସ୍ତ୍ରୀ I ଦିନେ ମଉକା ଦେଖି ଘରୁ ଖସି ପଳେଇଲା ନାବାଳିକା ଶାଳୀ I ଝିଅର ବାପା ଥାନାରେ ଫେରାଦ ହେଲେ, ପୋଲିସ ନାବାଳିକା ଝିଅକୁ ଉଦ୍ଧାର କରିବା ପରେ କୋର୍ଟରେ ହାଜର କରେଇଥିଲା I ନାବାଳିକା ଝିଅ ତା ଉପରେ ହୋଇଥିବା ଯୌନ ଅତ୍ୟାଚାରର କାହାଣୀ ଶୁଣେଇଥିଲା I ପୋଲିସ ଅଭିଯୁକ୍ତକୁ ଗିରଫ କରିଛି I ଅଭିଯୁକ୍ତ ହେଉଛି ରେଢ଼ାଖୋଲ ଅନ୍ତର୍ଗତ ସାହେବି ପଂଚାୟତର ପୂର୍ବତନ ସରପଞ୍ଚ ବିରଞ୍ଚି ବେହେରା I ବୟସ 58 I

LEAVE A REPLY

Please enter your comment!
Please enter your name here