କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଆଜି ଦୟାଲ ଆଶ୍ରମରେ ତନାଘନା କରିଛି । ଥ୍ରୀ ଡି କ୍ୟାମେରାରେ ଡକ୍ୟୁମେଣ୍ଟେସନ କରିବା ସହ କେୟାରଟେକରକୁ ପଚରାଉଚରା କରୁଛି । କେମିତି ଓ କେଉଁଭଳି ପରିସ୍ଥିତିରେ ମାନସକୁ ହତ୍ୟା କରାଗଲା, ତାର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ଟିମରେ ଫରେନସିକ ଅଧିକାରୀ ଓ ଏମ୍ସ ଡାକ୍ତରଙ୍କୁ ସାମିଲ କରାଯାଇଛି । ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ତଦନ୍ତ କରୁଛି ପୋଲିସ ।
ମାନସ ହତ୍ୟା ମାମଲାରେ ପୋଲିସ 6 ଜଣଙ୍କୁ ଗିରଫ କରିସାରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ଡାଇରେକ୍ଟର ନିରଞ୍ଜନ ସେଠୀ ରହିଛନ୍ତି । ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଓ୍ବେବ ଚ୍ୟାନେଲ ସଂପୂର୍ଣ୍ଣର ମାଲିକାଣୀ ଶର୍ମିଷ୍ଠା ଷଡଙ୍ଗୀ ଏବେ ବି ଫେରାର ଅଛି ।

LEAVE A REPLY

Please enter your comment!
Please enter your name here