ରାୟଗଡା ଠାରେ ଦକ୍ଷିଣ ଓଡିଶା ବିକାଶ ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନଭାବ ପୋଷଣ କରୁଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ ହୋଇଛି | ଆଜି ବିକାସଠୁ ବହୁ ଦୂରରେ ପଶ୍ଚିମ ଓଡିଶା | ଆଞ୍ଚଳିକ ବୈସମ୍ୟବାଦକୁ ଦୂର କରି ନିଜର ନାଯ୍ୟ ଦାବି ହାସଲ କରିବା ଲକ୍ଷ୍ୟରେ ଆୟୋଜିତ ହୋଇଥିଲା ବୈଠକ | ପରିଷଦର ଅଧକ୍ଷ ଭୄଗୁ ବକ୍ସି ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ବୈଠକ | ଏହି ଅବସରରେ ଅବିଭକ୍ତ କୋରାପୁଟ ସମେତ ଗଂଜାମ, ଗଜପତି, କନ୍ଧମାଳ ପ୍ରଭୁତି ୭ଟି ଜିଲ୍ଲାର ପ୍ରତିନିଧିଙ୍କ ସମେତ ରାୟଗଡାର ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଯୋଗ ଦେଇଥିଲେ | ଏହି ବୈଠକରେ ଦକ୍ଷିଣ ଓଡ଼ିଶାର ବିଭିନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା |

LEAVE A REPLY

Please enter your comment!
Please enter your name here