ପବିତ୍ର କାଳୀପୂଜା ପାଇଁ ଉତ୍ସବ ମୁଖର ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନସ୍ଥ ପୋଡାଶୋଳ । ୯ଦିନ ଧରି ଆୟୋଜିତ ହେବାକୁ ଥିବା ପୂଜା ଆଜି ଚତୁର୍ଥ ଦିନରେ ପହଁଞ୍ଚିଛି । ପୂର୍ବରୁ ଲଘୁଚାପ ବର୍ଷା କାରଣରୁ ପୂଜା ଧୋଇଯିବା ଆଶଙ୍କାରେ ଥିଲେ ଶ୍ରଦ୍ଧାଳୁ ଏବଂ ବ୍ୟବସାୟୀ । ଏବେ ପାଗ ଅନୁକୁଳ ରହିବାରୁ ମାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ ବେଶ୍ ପରିଲିକ୍ଷିତ ହେଉଛି । ପୂଜା ମଣ୍ଡପରେ ମା ଶ୍ୟାମା କାଳୀଙ୍କ ସହିତ ପ୍ରତି ବର୍ଷ ପୌରାଣିକ କଥା ବସ୍ତୁକୁ ନେଇ କୁଞ୍ଜ ସହ ସ୍ଥାନୀୟ ସମସ୍ୟା, ନିକଟରେ ଘଟିଥିବା ବିଭିନ୍ନ ହୃଦୟ ସ୍ପର୍ଶୀ ଦୃଶ୍ୟମାନ ପ୍ରଦର୍ଶିତ ହୋଇଛି । ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବିଭିନ୍ନ ରଙ୍ଗବେରଙ୍ଗର ଗେଟ୍ । ଯାହା ଦର୍ଶକଙ୍କୁ ବେଶ ଆକର୍ଷଣୀୟ କରୁଛି ।

LEAVE A REPLY

Please enter your comment!
Please enter your name here