ମୋବାଇଲ ଚାର୍ଜର ଲାଗି ଚାଲି ଯାଇପାରେ ଜୀବନ. ଏ କଥାକୁ କେହି ବିଶ୍ବାସ କରିପାରୁନାହାନ୍ତି. କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ମେରଘରା ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା. ଗାଁର କୋଡିଏ ବର୍ଷ ବୟସର ଯୁବକ ସୁରେନ୍ଦ୍ର ମାଝୀ ମୋବାଇଲ ଚାର୍ଜ କଲାବେଳେ ଅସାବଧାନତାରୁ ତାଙ୍କ ହାତ ଚାର୍ଜରରେ ଲାଗି ଯାଇଥିଲା. ଚାର୍ଜର ପାଖରୁ କଟି ଯାଇଥିବା ତାର ତାଙ୍କ ହାତରେ ଲାଗିବା ଫଳରେ ତାଙ୍କୁ କରେଣ୍ଟ ମାରିଥିଲା. ଆଉ ସେଇଠି ଟଳି ପଡିଥିଲେ ସୁରେନ୍ଦ୍ର. ତାଙ୍କୁ ସଙ୍ଗେ ସଙ୍ଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେ ମୃତ୍ୟୁବରଣ କରିଥିଲେ. ଏହି ଘଟଣା ମେରଘରା ଗାଁରେ ଶୋକର ଛାୟା ଖେଳାଇ ଦେଇଛି. ମୋବାଇଲ ଚାର୍ଜର କେତେ ଭୟଙ୍କର ହୋଇପାରେ, ତାହା ଏହି ଘଟଣା ପ୍ରମାଣିତ କରିଦେଇଛି .

LEAVE A REPLY

Please enter your comment!
Please enter your name here