ନଭେମ୍ବର ମାସରେ ହିଁ ଖୋଲିବ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ନବମରୁ ଦ୍ୱାଦଶ ଯାଏ ସମ୍ପୂର୍ଣ୍ଣ କ୍ଲାସ ହେବ । ପିଲାଙ୍କୁ ଛାଡିବାକୁ ଅଭିଭାବକ ଯଦି ରାଜି ନହେଲେ ଅନଲାଇନ ବ୍ୟବସ୍ଥା ହେବ । ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ । ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରାଯିବ । କରୋନା ପାଇଁ ୩୦ ପ୍ରତିଶତ ସିଲାବସ ହ୍ରାସ ହୋଇଛି । ଆଉ କମାଯିବ ନାହିଁ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ବାକି ୭୦ ପ୍ରତିିଶତ ସିଲାବସ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ ।

LEAVE A REPLY

Please enter your comment!
Please enter your name here