କିଏ ଦଖଲ କରିବ ହ୍ବାଇଟ ହାଉସ୍ ? ଡୋନାଲ୍ଡ ଟ୍ରମ୍ପ ନା ଜୋ ବାଇଡେନ ? ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ୍ ଓ ରିପବ୍ଲିକ ପାର୍ଟିର ଡୋନାଲ୍ଡ ଟ୍ରମ୍ପଙ୍କ ଭିତରେ ଚାଲିଛି କଡା ଟକ୍କର । ଏପର୍ଯ୍ୟନ୍ତ ଟ୍ରମ୍ପଙ୍କୁ 213 ଭୋଟ ମିଳିଥିବା ବେଳେ ବାଇଡେନଙ୍କୁ ମିଳିଛି 238 । ହ୍ବାଇଟ ହାଉସ ଦଖଲ ପାଇଁ 270 ହେଉଛି ମ୍ୟାଜିକ ନମ୍ବର । ନିର୍ବାଚନ ଜିତିବା ପାଇଁ ଖୁବ୍ ଆଶାବାଦୀ ଅଛନ୍ତି ବାଇଡେନ୍ । ଅନ୍ୟପକ୍ଷରେ ଚୂଡାନ୍ତ ଫଳ ବାହାରିବା ପୂର୍ବରୁ ଟ୍ରମ୍ପ ପ୍ରେସମିଟ୍ କରି ବାଇଡେନଙ୍କ ନିର୍ବାଚନ ପ୍ରଚାର ଆମେରିକା ଲୋକଙ୍କ ପାଇଁ ପ୍ରତାରଣା ବୋଲି ଅଭିଯୋଗ କରିବା ସହ ଏ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here