ଭୁବନେଶ୍ବର: ନଭେମ୍ବର ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟ କିସ୍ତି ଟଙ୍କା ମିଳିବ । ତୃତୀୟ ପର୍ଯ୍ୟାୟରେ 20 ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ଆବେଦନ କରିଥିବା ହିତାଧିକାରୀଙ୍କ ମଧ୍ୟରୁ 2 ଲକ୍ଷ 67 ହଜାର ହିତାଧିକାରୀଙ୍କ ଆବେଦନକୁ ଖାରଜ କରାଯାଇଛି । ତେବେ ଏ ସଂପର୍କରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହେବା ପରେ ଖାରଜ ଆବେଦନପତ୍ରଗୁଡିକୁ ପୁନଃଯାଞ୍ଚ କରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପାଞ୍ଚ ଏକରରୁ ଅଧିକ ଜମି ଥିବା ହିତାଧିକାରୀଙ୍କ ଆବେଦନପତ୍ରକୁ ଖାରଜ କରାଯାଇଥିବା ବେଳେ ଏହାର ଯାଞ୍ଚ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଯୋଜନାରେ ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପୁନଃଯାଞ୍ଚ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here