ନାଗାର୍ଜୁନ ବେଶ ପାଇଁ ପୁରୀରେ ୧୪୪ ଧାରା ଜାରି । ଆଜି ରାତି ୨ଟାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନାଗାର୍ଜୁନ ବେଶ ଲାଗି ହେବ । ୨୫ ବର୍ଷ ପରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହେଉଛି । ଏଥିପାଇଁ ଯଦିଓ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇଛି ତଥାପି ମରିଚକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଏବଂ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା ଜାରି କରାଯାଇଛି । ଫଳରେ ଭକ୍ତମାନେ ସିଂହଦ୍ୱାର ପାଖରେ ଥିବା ପତିତପାବନଙ୍କୁ ମଧ୍ୟ ଦର୍ଶନ କରିବାକୁ ସୁଯୋଗରୁ ବଞ୍ଚିତ ହେବେ ।

LEAVE A REPLY

Please enter your comment!
Please enter your name here