ବାହାଘର ଶୋଭାଯାତ୍ରାରେ ନାଚିବାକୁ ବାରଣ କରିବାରୁ କନ୍ୟାର ମା’ଙ୍କୁ ହତ୍ୟା । ବରଗଡ ମେଲଛାମୁଣ୍ଡା ଥାନା ସାଲେପାଲି ଗାଁରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ କନ୍ୟାଙ୍କ ମା’କିଶୋରୀ ରାଜହଂସ । ତାଙ୍କ ଝିଅର ବାହାଘର ପାଇଁ ପୁଅ ପକ୍ଷରୁ ବଡ଼ମାଲର ବରଯାତ୍ରୀ ଆସିଥିଲେ । ବରଯାତ୍ରୀଙ୍କ ସହ ନାଚୁଥିଲେ ସେହି ଗାଁର ସୁମନ୍ତ ଓ ସୁବୋଧ । ନାଚଗୀତକୁ ନେଇ ବର ଯାତ୍ରୀଙ୍କ ସହ ଗାଁର ୨ ଯୁବକଙ୍କ ପାଟିତୁଣ୍ଡ ହୋଇଥିବା ବେଳେ ବୁଝାଶୁଝା କରିବାକୁ ଯାଇ ବଳି ପଡ଼ିଗଲେ କନିଆ ମା’ । ଝିଅ ବାହାଘର ଦେଖିବା ପୂର୍ବରୁ ବୁଜିଦେଲେ ଆଖି । ଏଥିରେ ଉତ୍ତ୍ୟକ୍ତ ହୋଇ ସୁମନ୍ତ ଓ ସୁବୋଧ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ହତ୍ୟାକାଣ୍ଡ ଘଟାଇଥିବା ସୁମନ୍ତ ନାଏକ ,ସୁବୋଧ ରାଜହଂସ ଫେରାର ଥିବା ବେଳେ ସେମାନଙ୍କୁ ଖୋଜୁଛି ପୁଲିସ୍‌।

LEAVE A REPLY

Please enter your comment!
Please enter your name here