ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି। ଦଳ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ମଇଦାନକୁ ଓହ୍ଲାଇଛି । ଏନେଇ ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପାଟକୁରାରେ ସାବିତ୍ରୀ ଏବଂ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ ଲଢେଇ ହେବାକୁ ଯାଉଛି। ସାବିତ୍ରୀ ଆଜି ନାମାଙ୍କନ ଦାଖଲ କରିଛନ୍ତି । ଏହା ପୂର୍ବରୁ ପାଟକୁରା ଆସନରୁ ବିଜେଡିର ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଅନ୍ୟପଟେ କଂଗ୍ରେସ ପକ୍ଷରୁ ଜୟନ୍ତ କୁମାର ମହାନ୍ତି ଏହି ଆସନରୁ ଲଢୁଛନ୍ତି ।

LEAVE A REPLY

Please enter your comment!
Please enter your name here