୧୧ ବର୍ଷ ତଳେ ହାଟ ବସିଥିଲା । ୨୦୦୭ରେ କନ୍ଧମାଳ ଦଙ୍ଗାପରଠାରୁ ବ୍ରାହ୍ମଣୀ ଗାଁରେ ବଡଦିନ ପୂର୍ବରୁ ବସୁଥିବା ଜନଜାତି ହାଟ ଗତ ୧୧ ବର୍ଷ ହେଲାଣି ଦେଖିବାକୁ ମିଳୁନଥିଲା । ଲୋକେ କି ବ୍ୟବସାୟି ଭୟରେ ହାଟକୁ ଆସୁନଥିଲେ । ମାତ୍ର ଚଳିତବର୍ଷ ବଡଦିନ ପୂର୍ବରୁ ବ୍ରାହ୍ମଣୀ ଗାଁରେ ଜନଜାତି ହାଟ ବସିଥିଲା । ଏବଂ ୧୫ରୁ ୨୦ ହଜାର ଆଦିବାସୀଙ୍କ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହି ହାଟ ବଡଦିନ ପୂର୍ବରୁ ବସୁଥିବାରୁ ଏହା ଖ୍ରୀଷ୍ଟମାସ ହାଟ ଭାବେ ବେଶ ପରିଚିତ । ପ୍ରାୟ ୩୦-୪୦ କିମି ଦୂରରୁ ଲୋକେ ଏହି ହାଟକୁ ଆସିଥାନ୍ତି । ପାଖାପାଖି ଏହି ବଡ ହାଟରେ କୋଟିଏ ଟଙ୍କାର ବ୍ୟବସାୟ ହୋଇଥାଏ । ୨୦୦୭ ଡିସେମ୍ବର ୨୪ ତାରିଖରେ ଶେଷ ଥର ପାଇଁ ଏହି ହାଟ ବସିଥିଲା ।

LEAVE A REPLY

Please enter your comment!
Please enter your name here