ବିଜେଡି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ୍ ଆବେଦନର ଶୁଣାଣି ଘୁଞ୍ଚିଛି । ଅପ୍ରେଲ ୨୭ରେ ହେବ ଶୁଣାଣି । ବୁଧବାର ଦିନ ସ୍ୱତନ୍ତ୍ର ପ୍ରାଧୀକୃତ କୋର୍ଟରେ ଜାମିନର ଶୁଣାଣି ହୋଇଥିଲା । କିନ୍ତୁ କେସ୍ ଡାଏରି ଓ ଅସୁସ୍ତ ରିପୋର୍ଟ ଆସିନଥିବାରୁ ବିଚାରପତି ଜାମିନ ଆବେଦନର ଶୁଣାଣି ୨୭ ତାରିଖକୁ ଧାର୍ଯ୍ୟ କରିଛନ୍ତି । ନିର୍ବାଚନ ଫ୍ଲାଇଂସ୍କ୍ୱାର୍ଡଙ୍କୁ ମାଡ ମାରିବା ଅଭିଯୋଗରେ ଗତ ୨୨ ତାରିଖରେ ପିପିଲିରୁ ଗିରଫ ହୋଇଥିଲେ ପ୍ରଦୀପ ମହାରଥୀ । ପରେ ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ଜାମିନ ଆବେଦନ ଶୁଣାଣିକୁ ୨୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ଏହାପରେ ପ୍ରଦୀପ ମହାରଥୀଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲ୍କୁ ନିଆ ଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଆଜି ପୁଣି ତାଙ୍କୁ ଭୁବନେଶ୍ୱର ଅଦାଲତାରେ ହାଜର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here