୨୦୧୯ ମହାସମରର ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ତୃତୀୟ ପର୍ଯ୍ୟାୟରେ ସାରା ରାଜ୍ୟରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ସୁଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ସେହିପରି ୬ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ କେନ୍ଦୁଝରରେ ସର୍ବାଧିକ ମତଦାନ ହୋଇଛି । ତୃତୀୟ ପର୍ଯ୍ୟାୟରେ ଭୋଟ୍‌ଦାନ ହାର ୭୧.୬୧% ହୋଇଥିବା ବେଳେ କେନ୍ଦୁଝର ଲୋକସଭା ଆସନରେ ମତଦାନ ହାର ସର୍ବାଧିକ ୭୮.୧୬% ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ବର ଲୋକସଭା ଆସନରେ ସର୍ବନିମ୍ନ ୫୯.୬୦% ମତଦାନ ହୋଇଛି । କେନ୍ଦୁଝର ପଛକୁ ରହିଛି ସମ୍ୱଲପୁର ସଂସଦୀୟ କ୍ଷେତ୍ର । ସମ୍ବଲପୁରରେ ୭୬.୩୮% ମତଦାନ ହୋଇଛି । ସେହିପରି ଢେଙ୍କନାଳରେ ୭୪.୯୮% ମତଦାନ, ପୁରୀରେ ୭୨.୫୩% ଓ କଟକରେ ୬୯.୬୫% ମତଦାନ ହୋଇଛି ।

LEAVE A REPLY

Please enter your comment!
Please enter your name here