ଆସନ୍ତା ଫେବୃୟାରୀ 3 ତାରିଖ ଦିନ ବିଜେପି ଆଦିବାସୀଙ୍କୁ ନେଇ ଭୁବନେଶ୍ୱରରେ ମହାଅଧିବେଶନ କରିବାକୁ ଯାଉଛି. ଆଦିବାସୀଙ୍କ ହକ୍ ପାଇଁ ଏହି ଲଢେଇ କରାଯିବ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କହିଛନ୍ତି. ରାଜ୍ୟରେ ଆଦିବାସୀମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି ଓ ସେମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି ଦେବାରେ ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି. ସରକାର ଆଦିବାସୀଙ୍କୁ ଜମି ପଟ୍ଟା ଦେଇଛନ୍ତି କିନ୍ତୁ ଜମି ଦେଇନାହାନ୍ତି. ସେମାନଙ୍କୁ ଦିଆଯାଇଥିବା ଜାତିଗତ ପ୍ରମାଣପତ୍ର ବୈଧତା ମାତ୍ର 6 ମାସ ପାଇଁ ରହିଛି. ଏହା ସାରା ଜୀବନ ପାଇଁ ରହିବା ଦରକାର. ତେଣୁ ବିଜେପି ରାଜ୍ୟର ବିଭିନ୍ନ ଅଞ୍ଚଳରୁ 1 ଲକ୍ଷ ଆଦିବାସୀଙ୍କୁ ନେଇ ମହାଅଧିବେଶନ କରିବାକୁ ଯାଉଛି. ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଯୋଗଦେବାର କାର୍ଯ୍ୟକ୍ରମ ରହିଛି.

LEAVE A REPLY

Please enter your comment!
Please enter your name here