କଂଗ୍ରେସର ଗଡ କୁହାଯାଉଥିବା ଉତ୍ତରପ୍ରଦେଶ ରାୟବରେଲିରେ ଦିନିକିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ଗର୍ଜିଛନ୍ତି । ୧୧୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବା ଅବସରରେ ମୋଦୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ ରାଫେଲ ପ୍ରସଙ୍ଗ ଉପରେ ସଫେଇ ଦେଇ କହିଛନ୍ତି ଯେ, କିଛି ଲୋକ ଦେଶକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି । ଏହାସହ ମିଛ ପ୍ରଚାର ମଧ୍ୟ କରୁଛନ୍ତି । ମୋଦି ପ୍ରୟାଗରାଜ ମଧ୍ୟ ପରିଦର୍ଶନ କରିଛନ୍ତି ଯାହା ସାଧାରଣଭାବେ ଆହ୍ଲାବାଦ ନାମରେ ପରିଚିତ. ସେଠାରେ ପହଞ୍ଚିବା ପରେ ସେ କୁମ୍ଭମେଳାର ପ୍ରସ୍ତୁତି ସଂପର୍କରେ ବୁଝିଛନ୍ତି, ଯାହା ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି । ଏହାସହ ମୋଦି ହମସଫର୍ ଏକ୍ସପ୍ରେସର ଉଦଘାଟନ ମଧ୍ୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here