ନୂଆବର୍ଷରେ ଭିଜିଲାନ୍ସ ହାତରେ ଧରାପଡିଲେ ବାଲେଶ୍ବର ଜିଲ୍ଲା ଉପନିବନ୍ଧକ ରଞ୍ଜନ କୁମାର ଦାସ । ଏକ ଘରୋଇ କାର ଯୋଗେ ବାଲେଶ୍ବରରୁ ପୁରୀ ଆସୁଥିବା ବେଳେ ଶେରଗଡସ୍ଥିତ ଟୋଲ୍ ପ୍ଲାଜା ନିକଟରେ ବାଲେଶ୍ବର ଡିଭିଜନ ଭିଜିଲାନ୍ସ ଅଧିକାରୀମାନେ ରଞ୍ଜନ କୁମାରଙ୍କୁ ଅଟକାଇ ତାଙ୍କ କାର୍ ତଲାସି କରିଥିଲେ । କାର୍ ଭିତରୁ 2 ଲକ୍ଷ 23 ହଜାର 580 ଟଙ୍କା ଜବତ ହୋଇଥିଲା । ତେବେ ଏତେଗୁଡାଏ ଟଙ୍କା ସେ କେଉଁଠୁ ଆଣିଲେ, ତାର କୌଣସି ସନ୍ତୋଷଜନକ ଉତ୍ତର ସେ ଦେଇପାରି ନ ଥିଲେ । ରଂଜନ କୁମାରଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଅଟକ ରଖିବା ସହ ସେ ବ୍ୟବହାର କରିଥିବା କାରକୁ ଜବତ କରିଛନ୍ତି । ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ତାଙ୍କ ନାଁରେ ମୋକଦ୍ଦମା ରୁଜୁ ହୋଇଛି ।