ନା ଅଛି ବିଦ୍ୟୁତ ଖୁଣ୍ଟ ନା ଅଛି ବିଦ୍ୟୁତ ତାର, ଘରେ ଲାଗିଛି କେବଳ ମିଟର ଓ ଖଣ୍ଡେ ତାର । ବିନା ବିଜୁଳି ସଂଯୋଗରେ ଆସିଛି ବିଜୁଳି ବିଲ୍ । ଏଭଳି ଏକ ଅଭିଯୋଗ ଆଣିଛନ୍ତି କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ୍ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେନ୍ଦାଝୋଲା ଗାଁର ଉପରପଡା ବାସୀ । ଏହି ପଡାରେ ଅଛନ୍ତି କେବଳ ୧୧ ଆଦିବାସୀ ପରିବାର | ଗରିବ ଆଦିବାସୀମାନଙ୍କ ସରଳତାର ସୁଯୋଗ ନେଇ ବିଦ୍ୟୁତ ବିଭାଗର ଠିକାଦାର ଏଭଳି କରିଥିବା ଅଭିଯୋଗ କରିଛନ୍ତି ଉକ୍ତ ପଡାବାସୀ । ବେନ୍ଦାଝୋଲା ଗ୍ରାମରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଅବସ୍ଥିତ ଏହି ପଡା ପାଇଁ କୌଣସି ବିଦ୍ୟୁତ ଖୁଣ୍ଟ ପୋତାଯାଇନି କିନ୍ତୁ ଏହି ଗରିବ ଆଦିବାସୀ ପରିବାର ମାନଙ୍କ ପାଖକୁ ଆସିଛି ୪୦୭୪ ଟଙ୍କା ଲେଖାଏଁ ର ବିଜୁଳି ବିଲ୍ । ସରକାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଓ ବିଜୁଳି ଭଳି ଅନେକ ମୌଳିକ ସୁବିଧା ଯୋଗାଉଥିବାର ଡିଣ୍ଡିମ ପିଟିଚାଲିଛନ୍ତି ସତ କିନ୍ତୁ ଏଥିରେ ଅନେକ ଯୋଜନା ବାଟବଣା ହୋଇ ପଡିରହିଛି । ବିଜୁଳି ସଂଯୋଗ ପାଇଁ ଜିଲ୍ଲାପାଳ ପାଖରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜିବି ଅନ୍ଧାରରେ ଏହି ଆଦିବାସୀ ପଡା ।

LEAVE A REPLY

Please enter your comment!
Please enter your name here