ନଗ୍ନ ଭିଡିଓ କଲ ଜାଲରେ ଇଞ୍ଜିନିୟର । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଆକାଉଣ୍ଟରୁ ଚାଲିଗଲା ୨୫ ଲକ୍ଷ ଟଙ୍କା । ପ୍ରଥମେ ଇଞ୍ଜିନିୟରଙ୍କୁ ହ୍ୱାଟର୍ସଆପରେ ଏକ ‘ହାଏ’ ମେସେଜ ଆସିଥିଲା । ପରେ ହ୍ୱାଟସଆପରେ ନ୍ୟୁଡ ଭିଡିଓ କଲ କରି ବିଏସଏନଏଲ ଇଞ୍ଜିନିୟରଙ୍କୁ ଟ୍ରାପ କରିଥିଲେ ଯୁବତୀ । ତେବେ ପରଦିନ ଜଣେ ଯୁବକ ନିଜକୁ ନକଲି ସିବିଆଇ ଅଫିସରର ପରିଚୟ ଦେଇ ନ୍ୟୁଡ ଭିଡିଓ କଲ ପାଇଁ ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଥିଲେ । ଏଥିରେ ଇଞ୍ଜିନିୟର ଜଣଙ୍କ ଭୟବୀତ ହୋଇ ଏବଂ ଲୋକ ଲଜ୍ୟାକୁ ଦେଖି ଲକ୍ଷ ଲକ୍ଷ ଟଙ୍କା ହରାଇଥିଲେ । ଯୁବତୀ ଜଣଙ୍କ ଲୁଟିନେଇଥିଲା ୨୫ ଲକ୍ଷ ଟଙ୍କା । ଠକାମିର ଶିକାର ହେବା ପରେ ସମ୍ପୃକ୍ତ ଇଞ୍ଜିନିୟର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here