ବାଲେଶ୍ୱର ଜିଲ୍ଲା ନୀଳଗିରିର ଦେବଗିରି ପର୍ବତମାଳା ମଧ୍ୟରେ ଥିବା ବାବା ପଂଚଲିଙ୍ଗେଶ୍ୱର ଶୈବ ପୀଠ ଜାଗର ପାଇଁ ହୋଇଉଠିଛି ଚଳଚଂଚଳ.  କେବଳ ବାଲେଶ୍ୱର ଜିଲ୍ଲା ନୁହେଁ,  ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି ପ୍ରଭୁ ପଞ୍ଚଲିଙ୍ଗେଶ୍ବରଙ୍କ ଦର୍ଶନ କରିବା ପାଇଁ. ଭୋର ୫ଟାରୁ ନୀତିକାନ୍ତି  ଆରମ୍ଭ ହୋଇ ପୂଜାର୍ଚ୍ଚନା ଚାଲିଥିବା ବେଳେ ରାତି ସାଢେ ୪ଟା ସମୟରେ ମହାଦ୍ୱୀପ ଉଠିବାର ସମୟ ସ୍ଥିର ହୋଇଛି । ପୂଜାର୍ଚ୍ଚନା ପରେ ପାଣିରେ ବୁଡି ରହିଥିବା ମହାଦେବଙ୍କୁ ସ୍ପର୍ଶ କରିବା ପାଇଁ ଲାଗିଛି ଲମ୍ବା ଧାଡି. ଶୈବପୀଠରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି .

LEAVE A REPLY

Please enter your comment!
Please enter your name here