ବ୍ରହ୍ମଗିରି ଚିତ୍ତରଂଜନ ପଲେଇ ମୃତ୍ୟୁ ମାମଲାରେ ଛାନଭିନ୍ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଟିମ୍ ଆଜି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପିଏସଓ ସର୍ବେଶ୍ବର ଜେନାଙ୍କୁ ଜେରା କରାଯାଇଛି । ଚିତ୍ତରଂଜନ ମୃତ୍ୟୁ ପୂର୍ବରୁ ଭୋଜିକୁ ଯାଇଥିଲେ ଏବଂ ସେଠାରୁ ନିଖୋଜ ହୋଇଯାଇଥିଲେ । ତେବେ ଭୋଜିରେ ସାମିଲ ଥିଲେ ସଞ୍ଜୟଙ୍କ ପିଏସଓ ସର୍ବେଶ୍ବର ଜେନା ଓ ଚିତ୍ତରଂଜନଙ୍କ ପୁରୁତା ଦିଲ୍ଲୀପ । ତେବେ ଭୋଜିରେ ଥିବା ସମସ୍ତଙ୍କୁ ଜେରା କରାଯିବ ଏବଂ ସିଡିଆର୍ ରିପୋର୍ଟ କ୍ରାଇମବ୍ରାଞ୍ଚ ମଗାଇଛି । ତେବେ ଆଜି ଚିତ୍ତରଂଜନଙ୍କ ଭିସେରା ରିପୋର୍ଟ ଆସିବା ପରେ କ୍ରାଇମବ୍ରାଞ୍ଚକୁ କିଛି ଠୋସ୍ ସୁରାଗ୍ ମିଳିବ ବୋଲି ଆଶା କରାଯାଉଛି ।
ଚିତ୍ତରଂଜନଙ୍କୁ ହତ୍ୟା କରାଯାଇଛି ଏବଂ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏଥିରେ ସଂପୃକ୍ତ ବୋଲି ଚିତ୍ତରଂଜନଙ୍କ ପତ୍ନୀ ଅଭିଯୋଗ କରିଥିଲେ । ବିରୋଧୀ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ସଂଜୟ ଦାସବର୍ମାଙ୍କ ବହିଷ୍କାର ଦାବି କରିଥିଲେ । ଚିତ୍ତରଂଜନ ସଞ୍ଜୟଙ୍କ ସହଯୋଗୀ ଥିଲେ । ତେବେ ଏହି ଘଟଣାକୁ ନେଇ ରାଜନୀତି ଜୋର୍ ଧରି ଆସୁଥିବା ବେଳେ ନିଜେ ଶ୍ରୀ ଦାସବର୍ମା ଏବଂ ଚିତ୍ତଙ୍କ ଭଉଣୀ ଓ ଭିଣୋଇ ପୁରୀ ଏସପିଙ୍କୁ ଦେଖା କରି ତଦନ୍ତ କ୍ରାଇମବ୍ରାଞ୍ଚକୁ ଦେବାକୁ ଅନୁରୋଧ କରିଥିଲେ । ପୋଲିସ ଡିଜି ଗତକାଲି ଚିତ୍ତରଂଜନଙ୍କ ହତ୍ୟାକାଣ୍ଡ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ ।

LEAVE A REPLY

Please enter your comment!
Please enter your name here