ପରକୀୟା ପ୍ରୀତିକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଏମ୍‌ପିଭି-୪ ଗାଁର ଏହି ଘଟଣା । ମୃତକଙ୍କ ନାଁ ନିରଞ୍ଜନ ସର୍ଦ୍ଦାର । ଭେଜିଙ୍ଗିଗୁଆ ଯାତ୍ରା ଦେଖି ଫେରୁଥିବା ବେଳେ ନିରଂଜନଙ୍କୁ ସମୀର ବୈରାଗୀ ନାମକ ବ୍ୟକ୍ତି ଛରୀରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ନିରଂଜନଙ୍କର ମୃତ୍ୟୁ ହୋଇଥିଲା । ବିଳମ୍ବିତ ରାତିରେ କିଛି ଲୋକ ମୃତଦେହ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତ ସମୀରକୁ ଗିରଫ କରିଛି । ଅଭିଯୁକ୍ତ ସମୀର ବୈରାଗୀ କହିଛନ୍ତି,“ମୋ ସ୍ତ୍ରୀ ସହ ନିରଞ୍ଜନର ଅନୈତିକ ସମ୍ପର୍କ ଥିଲା । ସେଥିପାଇଁ ମୁଁ ତାକୁ ମାରି ଦେଲି।”

LEAVE A REPLY

Please enter your comment!
Please enter your name here