ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା । ସମସ୍ତ ଦାବୀ ପୂରଣ ହୋଇଥିବାରୁ ନବୀନ ନିବାସରେ ହଜାର ହଜାର ଅଙ୍ଗନୱାଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ଏକ ବିରାଟ ପଟୁଆରରେ ଯାଇ ନବୀନଙ୍କୁ ଭେଟିଥିଲେ ଅଙ୍ଗନୱାଡି କର୍ମୀ । ୧୨ ତାରିଖ ଦିନ ଅଙ୍ଗନବାଡି କର୍ମୀଙ୍କ ପାଇଁ ବଡ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ଠାରୁ ଆରମ୍ଭ କରି ସେମାନଙ୍କର ଅବସର ବୟସ ସୀମାକୁ ବୃଦ୍ଧି କରିଥିଲେ । ଅଙ୍ଗନବାଡି କର୍ମୀଙ୍କ ଅବସର ବୟସ ସୀମାକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଏହାଛଡା ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ବର୍ଷକୁ ୧୫ ଦିନ ଖରାଛୁଟି ମିଳିବା ନେଇ ଘୋଷଣା କରାଯାଇଥିଲା । ଯାହାକୁ ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସିଥିବା ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ।

LEAVE A REPLY

Please enter your comment!
Please enter your name here