ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ପର୍ବପର୍ବାଣୀ ପାଳନ ଉପରେ କଟକଣା ଲଗାଇଛନ୍ତି । ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ଏବେ ଦୁଇଶହ ଅତିକ୍ରମ କରିଥିବାରୁ ସାମାଜିକ ଦୂରତ୍ବ ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଛି । ପଣା ସଂକ୍ରାନ୍ତି, ଝାମୁଯାତ୍ରା, ଦଣ୍ଡଯାତ୍ରା ହେଉ ଅବା ଇଷ୍ଟର ପାଳନ, ସର୍ବସାଧାରଣ ସ୍ଥାନରେ ଭିଡ କରି ଏସବୁ ପର୍ବପର୍ବଣୀ ପାଳନ କରିବା ଉପରେ ରୋକ୍ ଲଗାଇଛନ୍ତି । ଗୁଡ୍ ଫ୍ରାଇଡେ ପାଳନ ବେଳେ ମଧ୍ୟ ଚର୍ଚ୍ଚରେ ସମାବେଶ ଉପରେ ରୋକ୍ ଲଗାଯାଇଛି । ତେବେ ପରଂପରା ଦୃଷ୍ଟିରୁ ଏସବୁ ପର୍ବପର୍ବାଣୀ ପାଳନ ବିନା ଭିଡରେ କରିବାକୁ ପରାମର୍ଶ ଦିଆଯାଇଛି । ସ୍ଥିତି ଦେଖି ଜିଲ୍ଲାପାଳ ଅନୁମତି ଦେଇପାରିବେ ବୋଲି ଏସଆରସି କହିଛନ୍ତି ।

LEAVE A REPLY

Please enter your comment!
Please enter your name here