ମୟୁରଭଞ୍ଜ : କରୋନା ପାଇଁ ନିଜ ଦାୟିତ୍ୱ ଭୁଲିଗଲେ ପ୍ରଧାନଶିକ୍ଷକ । କରୋନା ମୁକାବିଲା ପାଇଁ ସରକାର ସ୍କୁଲ, କଲେଜ ଛୁଟି ଘୋଷଣା କରିବା ପରେ ଜଣେ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତା ପଦାକୁ ଆସିଛି । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଠାରେ ଥିିବା ବିଦ୍ୟାଧର ମ.ଇ ବିଦ୍ୟାଳୟରେ । ସରକାରଙ୍କ ଘୋଷଣା ପରେ ହଷ୍ଟେଲରେ ରହି ପାଠ ପଢୁଥିବା ୯ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦେଇଥିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ । ଛୋଟ ଛୋଟ ପିଲାମାନେ ବସରୁ ଓହ୍ଲାଇ ଭଞ୍ଜପୁର ରେଲଷ୍ଟେସେନ ନିକଟରେ ଏଣେତେଣେ ବୁଲୁଥିିବାର ଦେଖି କିଛି ଯୁବକ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ବାରିପଦା ଟାଉନ ପୋଲିସ ଏବଂ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ସଂଯୋଜକ ଘଟଣା ସ୍ଥଳରେ ପହଞ୍ଚି ପିଲାମାନଙ୍କୁୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ୯ଜଣ ଛାତ୍ରଛାତ୍ରୀ ବାଙ୍ଗୀରିପୋଷୀ ଅଂଚଳର ବୋଲି ଜଣାପଡିଛି । ଅନ୍ୟପଟେ ନିଜ ଭୁଲ୍ ସ୍ୱୀକାର କରିଛନ୍ତି ପ୍ରଧାନଶିକ୍ଷକ ।

LEAVE A REPLY

Please enter your comment!
Please enter your name here